ATMରୁ ଟଙ୍କା ଉଠାଣ ବେଳେ PASSBOOK ରୁ ଟଙ୍କା କଟିଯାଇ ATMରୁ ଟଙ୍କା ନ ମିଳିଲେ କଣ କରିବେ ?

ହାତରେ ଏକ କଲମ ଧରିଥିବା ଫଟୋଚିତ୍ର


ନମସ୍କାର ବନ୍ଧୁଗଣ, ଆପଣମାନେ ଜାଣନ୍ତି, ଆଜିକାଲି ONLINE ମାଧ୍ୟମରେ ଅନେକ ବ୍ୟବସାୟ ଓ BANK କାରବାର ସହଜ ଓ ସରଳ ଭାବରେ ଚାଲୁଅଛି । କେହି ଆଉ BANK କୁ ଯାଉନାହାନ୍ତି । ଘରେ ବସି INTERNET BANKING ଦ୍ଵାରା ଟଙ୍କା ପଠାଇବା, BALANCE CHECK ଭଳି କାର୍ଯ୍ୟ କରୁଛନ୍ତି । ONLINE ମାଧ୍ୟମରେ ଜିନିଷ ପତ୍ର କିଣା ବିକା କରୁଛନ୍ତି । ଯଦି ବା ଟଙ୍କା ପଇସା ଦରକାର ପଡେ ତାହେଲେ BANKକୁ ଯାଇ ଆଉ PASSBOOKରେ ଟଙ୍କା ଉଠାଣ କରୁନାହାନ୍ତି । ATM/Debit Card ବା Credit କାର୍ଡ ଧରି ATMକୁ ଯାଇ ସେଠାରୁ ଟଙ୍କା ଉଠାଣ କରୁଛନ୍ତି । ସତରେ ଆମ ଜୀବନ ଶୈଳୀ କେତେ ଯେ ସରଳ ହୋଇଯାଇଛି । କିନ୍ତୁ ବନ୍ଧୁଗଣ ଆମେ ଏ କଥା ମନେ ରଖିବା ଉଚିତ୍ ଯେ, Online Transactions ବଢିବା ଦ୍ଵାରା ଠକେଇ ମଧ୍ୟ ବଢ଼ିବାରେ ଲାଗିଛି । ଲୋକେ, ଯେଉଁମାନେ ଏହି ସରଳ ବ୍ୟବସ୍ଥାରେ ନୂଆ କରି ପାଦ ପକାଉଛନ୍ତି ପ୍ରାୟତଃ ସେମାନେ ଠକାମୀର ଶିକାର ହେଉଛନ୍ତି । ଏ ବିଷୟରେ ଆପଣମାନେ ଖବର ମାଧ୍ୟମରେ ନିଶ୍ଚୟ ଜାଣିଥିବେ, ଶୁଣିଥିବେ କିମ୍ବା ଦେଖିଥିବେ । ଆଜି ଆମେ ଜାଣିବା ସେହିପରି ଏକ ଘଟଣା ବିଷୟରେ, ଯାହା ଆମ ସାଧାରଣ ମଣିଷକୁ ବହୁତ୍ ହଇରାଣ କରିଥାଏ । ଏହିପରି ଘଟଣା ଯଦି ଆମ ଜୀବନରେ ଘଟେ, ତେବେ ତାହାର ସମାଧାନ କିପରି କରିବା, ସେ ବିଷୟରେ ମଧ୍ୟ ଏହି ଲେଖାଟିରୁ ଜାଣିବା ।

ସମସ୍ୟା:

          ବଡ ସମସ୍ୟାଟି ହେଲା, Bank Accountରୁ ଟଙ୍କା କଟିଯାଏ ତଥାପି ATMରୁ ଟଙ୍କା ବାହାରେ ନାହିଁ । ଆପଣ ମାନଙ୍କ ମଧ୍ୟରୁ କିଛି ବନ୍ଧୁ ଏହିଭଳି ସମସ୍ୟାରେ ନିଶ୍ଚୟ ସମ୍ମୁଖୀନ ହୋଇଥିବେ । ସେହି ସମୟରେ ଆପଣ Tollfree No. ରେ ଆପଣଙ୍କ ଅସୁବିଧା ଜଣାଇଥିବେ କିମ୍ବା Bankକୁ ଯାଇ Bank Managerଙ୍କ ସହିତ ସାକ୍ଷାତ କରିଥିବେ । ସେ ଆପଣଙ୍କୁ ଏକ ଦରଖାସ୍ତ ଲେଖି କି ଦେବାକୁ କହିଥିବେ । ଦରଖାସ୍ତ ଦେବାର ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ Bank Accountରେ କଟିଥିବା ଟଙ୍କା ଫେରି ପାଇଥିବେ । ଏହା ମଧ୍ୟ କିଛି ବଡ ସମସ୍ୟା ନୁହେଁ ।
          ସବୁଠାରୁ ବଡ ସମସ୍ୟା ସେତେବେଳେ ସୃଷ୍ଟି ହୁଏ, ଯେତେବେଳେ ଆପଣଙ୍କ ଜରୁରୀ କାମରେ ଲାଗିବାକୁ ଥିବା ଟଙ୍କା, ସେହି ଜରୁରୀ କାମ ସମୟରେ ATMରୁ ଉଠାଣ ବେଳେ ସମସ୍ତ ଟଙ୍କା କଟିଯାଏ କିନ୍ତୁ ଆପଣଙ୍କୁ ATMରୁ ଟଙ୍କାଟେ ମଧ୍ୟ ମିଳିପାରେ ନାହିଁ । ସେହି ସମୟରେ ବହୁତ ବଡ ସମସ୍ୟା ସୃଷ୍ଟି ହୁଏ । ଯଦି ମୋ କଥାଟିକୁ ଆପଣ ବୁଝି ପାରିନାହାନ୍ତି, ତେବେ ଉଦାହରଣଟିକୁ ପଢି ବୁଝିବାକୁ ଚେଷ୍ଟା କରନ୍ତୁ । ଉଦାହରଣ ସ୍ଵରୁପ: - ଆପଣଙ୍କ Bank Accountରେ କେବଳ ୨,୦୦୦ ଟଙ୍କା ଅଛି । ଆପଣ ନିଜ ଗାଁ/ସହର ଠାରୁ ବହୁତ ଦୂର ସ୍ଥାନକୁ କିଛି ଜରୁରୀ କାମରେ ଯାଇଛନ୍ତି । ସେହି ଜରୁରୀ କାମ ପାଇଁ ଆପଣ ATMକୁ ଯାଇ ୨,୦୦୦ ଟଙ୍କା ଉଠାଣ କରିବାକୁ ଚାହିଁଛନ୍ତି କିନ୍ତୁ ଟଙ୍କା ନ ବାହାରି, ଆପଣଙ୍କ Bank Accountରୁ କଟିଯାଇଛି । ସେହି ସମୟରେ ଆପଣ କଣ କରିବେ ? ନିଶ୍ଚୟ ଆପଣଙ୍କ ମନ ଦୁଃଖ ହେବ । ମନରେ କଷ୍ଟ ଅନୁଭବ ହେବ । ଟଙ୍କା ଫେରସ୍ତ ମିଳିବ ନା ନାହିଁ, ତାହା ମଧ୍ୟ ମନକୁ ବିଚଳିତ କରୁଥିବ । ଏହା ହେଲା ସବୁଠାରୁ ବଡ ସମସ୍ୟା ।

ସମସ୍ୟାର ସମାଧାନ:

ଏହି ସମସ୍ୟା Bank ଅଧିକାରୀଙ୍କୁ ଜଣାଇବା ପାଇଁ ଦରଖାସ୍ତ ଲେଖିବେ କିପରି ?


          ଉପରୋକ୍ତ କିଛି ସମସ୍ୟାଗୁଡିକର ସମାଧାନ ମଧ୍ୟ ରହିଛି । ଯଦି ଆପଣ ATMରୁ ଟଙ୍କା ଉଠାଣ ବେଳେ ଟଙ୍କା ବାହାରିଲା ନାହିଁ, ତେବେ ଟଙ୍କା କଟିଛି କି ନାହିଁ ଥରେ Check କରିନିଅନ୍ତୁ । ଯଦି କଟି ନାହିଁ, ତେବେ ଅନ୍ୟ କୌଣସି ATMକୁ ଯାଇ ଟଙ୍କା ଉଠାଣ କରନ୍ତୁ ।
          ଯଦି ଆପଣ ATMରୁ ଟଙ୍କା ପାଇ ନାହାନ୍ତି କିନ୍ତୁ ଟଙ୍କା ଉଠାଣ ବେଳେ Bank Accountରୁ ଟଙ୍କା କଟିଛି, ତେବେ ଚିନ୍ତା କରନ୍ତୁ ନାହିଁ । ଯଥାଶୀଘ୍ର ଆପଣଙ୍କ Bank ର Bank ଅଧିକାରୀଙ୍କୁ ଦରଖାସ୍ତ ମାଧ୍ୟମରେ ଜଣାନ୍ତୁ । ୪୮ ଘଣ୍ଟା ମଧ୍ୟରେ ଆପଣଙ୍କ ଟଙ୍କା ଫେରସ୍ତ ପାଇଯିବେ । ବେଳେ ବେଳେ ବିନା କୌଣସି ଦରଖାସ୍ତରେ ଓ ଟଙ୍କା କଟିବାର ବହୁତ କମ ସମୟ ମଧ୍ୟରେ ଟଙ୍କା ଫେରସ୍ତ ମିଳିଯାଏ । ତେଣୁ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ ।
          ଯଦି ଆପଣ ଏଠାରେ ଆଲୋଚିତ ସବୁଠାରୁ ବଡ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏହାର ଏକ ମାତ୍ର ଉପାୟ ହେଲା ସବୁବେଳେ ଯେକୌଣସି କାର୍ଯ୍ୟ କରିବା ଆଗରୁ ପୂର୍ବ ପ୍ରସ୍ତୁତି ହୁଅନ୍ତୁ । ଯଦି ଜରୁରୀ କାମରେ ଯାଉଛନ୍ତି, ତେବେ ପୂର୍ବରୁ Bank Passbook ନେଇ Bank ରୁ ଟଙ୍କା ଉଠାଣ କରନ୍ତୁ ।

ଓଡିଆ ରେ:

ମାନନୀୟ, Bank ର ନାମ ବ୍ୟାଙ୍କ ପରିଚାଳକ ମହୋଦୟ, Bank ର ସ୍ଥାନ
(ମହୋଦୟ .........................................................ସମୀପେଷୁ)
ବିଷୟ - ATMରୁ ଟଙ୍କା ଉଠାଣ ବେଳେ ଟଙ୍କା ନ ମିଳି, Bank Accountରୁ ଟଙ୍କା କଟିଥିବାରୁ ଦରଖାସ୍ତ
ମହାଶୟ/ମହଶୟା,
          ଲେଖି ଜଣାଇବାର କାରଣ ଏହି କି ଯେ, ମୁଁ ଯାହାର ଟଙ୍କା କଟିଛି ତାଙ୍କ ନାମସମ୍ପର୍କ - ସମ୍ପର୍କୀୟଙ୍କ ନାମ, ବିଗତ କେତେ ବର୍ଷ ହେଲା ଆପଣ ଆପଣଙ୍କ Bank ସହ ଜଡ଼ିତ ବର୍ଷ ରୁ ଆପଣଙ୍କ ବ୍ୟାଙ୍କ ର ଏକ ଉପଭୋକ୍ତା ଅଟେ । ମୋ ବ୍ୟାଙ୍କ ଆକାଉଣ୍ଟ ନମ୍ବରଟି ହେଲା - Bank Account No.। ମୁଁ ଆପଣଙ୍କ ବ୍ୟାଙ୍କ ର ଏକ ATMରୁ ଟଙ୍କା ଉଠାଣ କରିବାକୁ ଗଲି କିନ୍ତୁ ATMରୁ କିଛି ବି ଟଙ୍କା ବାହାରିଲା ନାହିଁ । ସେଥିରୁ ଏକ Transaction Slip ପାଇଲି ଯେଉଁଥିରେ ସ୍ପଷ୍ଟ ଭାବରେ ଜଣାଇ ଦିଆଯାଇଛି ଯେ ମୋର ଟ.କଟିଥିବା ଟଙ୍କାଙ୍କା ମୋ ବ୍ୟାଙ୍କ ଆକାଉଣ୍ଟ ରୁ କଟିଛି ।
Transaction ବିବରଣୀ:
ତାରିଖ - ଘଟଣା ର ତାରିଖ 
ସମୟ - ଘଟଣା ର ସମୟ
* ATM ID - (ଏହା Transaction Slip ରୁ ପାଇ ପାରିବେ, ଯଦି Slip ପାଇ ନାହାନ୍ତି, ATM ଥିବା ସ୍ଥାନର ନାମ ଲେଖନ୍ତୁ । ଯଦି ତାହା ବି ଜଣା ନାହିଁ ତେବେ, ଏହା ଲେଖନ୍ତୁ ନାହିଁ ।)
(Transaction ରସିଦ ଗୁଡିକର ଏକକିତା ଅବିକଳ ନକଲ ସଂଲଗ୍ନ କରିଅଛି ।)
          ଏଣୁ ବିନୀତ ଅନୁରୋଧ କରେ କି ଯେ, ଏହି ବିଷୟ ପ୍ରତି ଦୃଷ୍ଟି ଦେଇ ମୋର କଟିଥିବା ଟଙ୍କା ଯଥାସମ୍ଭବ ଫେରସ୍ତ କରିଦିଅନ୍ତୁ ।
                                                                                 ଇତି
ତା - ଦରଖାସ୍ତ ତାରିଖ                                             ଆପଣଙ୍କର ବିଶ୍ଵସ୍ତ
ସ୍ଥାନ - ଆପଣଙ୍କ ସ୍ଥାନର ନାମ                                      ଆପଣଙ୍କ ନାମ

ଇଂରାଜୀ ରେ:


To
The Branch Manager
Bankର ନାମ ଓ ସ୍ଥାନ
Date - ଦରଖାସ୍ତ ତାରିଖ
Sub - Not received cash from ATM but amount is debited.
Respected Sir/Madam,
          I am ଯାହାର ଟଙ୍କା କଟିଛି ତାଙ୍କ ନାମ, ସମ୍ପର୍କ - ସମ୍ପର୍କୀୟଙ୍କ ନାମ, a customer of your bank for last କେତେ ବର୍ଷ ହେଲା ଆପଣ ଆପଣଙ୍କ Bank ସହ ଜଡ଼ିତ years, bearing account number: Bank Account No.. I was trying to withdraw money from your bank's ATM but I did not receive any cash from ATM. I received an ATM transaction slip which clearly stating that an amount of ₹କଟିଥିବା ଟଙ୍କା deducted from my bank account.
Transaction Details:
* Date - ଘଟଣା ର ତାରିଖ 
* Time - ଘଟଣା ର ସମୟ
* ATM ID - (ଏହା Transaction Slip ରୁ ପାଇ ପାରିବେ, ଯଦି Slip ପାଇ ନାହାନ୍ତି, ATM ଥିବା ସ୍ଥାନର ନାମ ଲେଖନ୍ତୁ । ଯଦି ତାହା ବି ଜଣା ନାହିଁ ତେବେ, ଏହା ଲେଖନ୍ତୁ ନାହିଁ ।)
(I have attached xerox copy of transaction slip.)
          Kindly look into this matter and credit my debited amount as early as possible.
Thanking You
Your faithfully
ଆପଣଙ୍କ ନାମ
ବି.ଦ୍ର.: ଯଦି Transaction Slip ଅଛି, ତାକୁ Xerox କରି ଦରଖାସ୍ତ ସହ ସଲଗ୍ନ କରନ୍ତୁ ।
          ମୁଁ ଚାହୁନାହିଁ ଯେ ଆପଣମାନେ ଏହିଭଳି ସମସ୍ୟାରେ ସମ୍ମୁଖୀନ ହୁଅନ୍ତୁ । କିନ୍ତୁ କେହି କାହାର ଭାଗ୍ୟ ଫଳ ଜାଣି ନାହାନ୍ତି । କିଛି ବି ଜୀବନରେ ଘଟି ପାରେ । ମୁଁ ମୋର ଅନୁଭୂତିରୁ ଏହି ଲେଖାଟି ଆପଣଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କଲି । ଆମ ଲେଖାଟିକୁ ପଢିଥିବାରୁ ଅଶେଷ ଧନ୍ୟବାଦ । ଏହିଭଳି ଲେଖା ଗୁଡିକ ପଢିବା ପାଇଁ ଏବଂ ଅଧିକ ଟିପ୍ପଣୀ ଓ କୌଶଳ ଜାଣିବା ପାଇଁ ଆମ Websiteକୁ ଆସୁଥାଆନ୍ତୁ ।
          ଆପଣ ମାନେ ନିଶ୍ଚୟ ଅନେକ ଥର ATM ବ୍ୟବହାର କରିଥିବେ । ଜାଣି ରଖନ୍ତୁ ଯେ ବେଳେ ବେଳେ ATMରୁ ଟଙ୍କା ଉଠାଣ ବେଳେ ଟଙ୍କା ବାହାରେ ନାହିଁ । କିଛି ତ୍ରୁଟି ଅଛି ବୋଲି ଦେଖାଏ । ବେଳେ ବେଳେ କିଛି ମଧ୍ୟ ଦେଖାଇ ନ ଥାଏ । ATMରୁ କେବଳ machine ଘୁରିବା ଶବ୍ଦ ଶୁଭୁଥାଏ । କିଛି ସମୟ ପରେ ବନ୍ଦ ହୋଇଯାଏ, କିନ୍ତୁ ଟଙ୍କା ବାହାରେ ନାହିଁ । ଏହା କୌଣସି ବଡ ସମସ୍ୟା ନୁହେଁ ।

Post a Comment

ଦୟାପୂର୍ବକ କୌଣସି SPAM LINK ଲେଖନ୍ତୁ ନାହିଁ ।

ପୂର୍ବବର୍ତ୍ତୀ ଲେଖା ପରବର୍ତ୍ତୀ ଲେଖା